ଶପଥ ନେଲା ପରଠୁ ତାଆର ହୃଦସ୍ପନ୍ଦନ ବଢିଗଲା! ବଢିବା ସ୍ବଭାବିକ । ସିଏ ତ ଆପଣଙ୍କ ପରି ହୋଇନାଇଁ ଯେ' ଯାହା କରିବନି ବୋଲି ସର୍ବ ସମ୍ମୁଖରେ ଶପଥ ନେବ, ସେୟାକୁ ବାରମ୍ବାର କରିବ!
ତାଆର ସତ୍ୟନିଷ୍ଠତାର ବଳିଷ୍ଠ ପ୍ରମାଣ ହେଲା: ତା ସ୍ତ୍ରୀ ତାକୁ ସତିଅା ବୋଲି କହେ! ଏମିତିଆ ବିରଳ ସୈାଭାଗ୍ୟ କାହା ଭାଗ୍ୟରେ ଜୁଟେ କହିଲେ? ଅବଶ୍ୟ ସିଏ ଏପର୍ଯ୍ୟନ୍ତ ସତ୍ୟବ୍ରତ ପାଳନ କରି ଆସିଛି ! ଖାସ୍ ଏଇ ସତ୍ୟବ୍ରତକୁ ଅତୁଟ ରଖିବା ପାଇଁ ସିଏ ଚାକିରୀ କଲାନାଇଁ କି ରାଜନୀତିରେ ପଶିଲା ନାଇଁ !
ଥରେ ଶପଥ କରି ଦେଇଥିବା କଥାଟିକୁ ସିଏ ଅକ୍ଷରେ ଅକ୍ଷରେ ସାରା ଜୀବନ ପାଳନ କରିଥାଏ! ଗୋଟେ ଉଦାହରଣ ଦେଲେ ଆପଣ ବିଶ୍ବାସ କରିବେ!! ସିଏ ଥରେ ପରିବାର ନିୟନ୍ତ୍ରଣ ଯୋଜନା ସମ୍ପର୍କିତ ସଭାକୁ ଯାଇଥିଲା । ସଭା ଶେଷରେ ପରିବାର ନିୟନ୍ତ୍ରଣ ଯୋଜନା ଆପଣେଇ ଛୋଟ ପରିବାର ସୁଖି ପରିବାର ମନ୍ତ୍ରକୁ ପାଳନ କରିବାକୁ ସମସ୍ତଙ୍କୁ ଶପଥ ଦିଆଗଲା । ସିଏ ଶପଥ ନେବା ପରଠୁଁ ଏହାକୁ ପାଳନ କରି ଆସୁଅଛି ।
ହେଲେ କାଲି ସିଏ ମହା ଅଡୁଆରେ ପଡି ଯାଇଛି । ସତ୍ୟର ଆତ୍ମପ୍ରୟୋଗ କରିବାରେ ତ ମହାତ୍ମା ଗାନ୍ଧି ପ୍ରସିଦ୍ଧ । ତେଣୁ ତାଙ୍କର ଜୟନ୍ତୀ ପାଳନ ଦିନ ସିଏ ବହୁ ସ୍ଥାନକୁ ଅତିଥି ହୋଇ ଯାଏ! ଏଥର ମଧ୍ୟ ଯାଇଥିଲା । ସଭାରେ ମହାତ୍ମା ଗାନ୍ଧିଙ୍କ ତୁଳନାରେ ପଲିଥିନ୍ ବିଷୟରେ ଅଧିକ ଆଲୋଚନା ହେଲା ।ସମସ୍ତେ ପଲିଥିନକୁ ଯାଛାତା କରି ଗାଳିମନ୍ଦ କଲେ । ପଲିଥିନ୍ ହିଁ ସବୁ ନାଟର ମୂଳ! ସେଥିପାଇଁ ମାନବ ସଭ୍ୟତା ବିପଦରେ ବୋଲି କହି ଅନେକ ପଲିଥିନକୁ ସମୂଳେ ବିନାଶ କରିବାକୁ ଆହ୍ବାନ ଦେଲେ ।
ପଲିଥିନ୍ ଆଲୋଚନା ଧିରେ ଧିରେ କଠିନ ହୋଇ ପ୍ଲାଷ୍ଟିକ୍ ଆଡକୁ ଗତିକଲା । ଏଥର ବକ୍ତାମାନେ ପ୍ଲାଷ୍ଟିକ୍ ବିରୁଦ୍ଧରେ ମଧ୍ୟ ସ୍ବର ଉତ୍ତୋଳନ କଲେ ! ପଲିଥିନ୍ ଶିଶୁ ହେଲେ ପ୍ଲାଷ୍ଟିକ୍ ହେଉଛି ପ୍ରାପ୍ତ ବୟସ୍କ, ଯାହା ଆହୁରି ମାରାତ୍ମକ!!
ସଭା ଶେଷରେ ତା ସମେତ ଅନ୍ୟମାନେ ଶପଥ ନେଲେ କି ଆଜିଠାରୁ ଅାମେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବର୍ଜନ କଲୁ!
ତା ପରଠୁ ତ ଆରମ୍ଭ ହୋଇଗଲା ଅଡୁଆ । ତାଆର ଚଷମା ଫ୍ରେମଟି ପ୍ଲାଷ୍ଟିକ୍ ହୋଇଥିବାରୁ ସିଏ ସଭାସ୍ଥଳରେ ହିଁ ଛାଡି ଆସିଲା । ସୈାଭାଗ୍ୟକୁ ସଭାଟି ତା ଘର ନିକଟରେ ଆୟୋଜନ ହୋଇଥିଲା, ନଚେତ ତାଅାର ଦୁଇଚକିଆ ଗାଡିଟିକୁ ମଧ୍ୟ ଛାଡିବାକୁ ପଡିଥାଆନ୍ତା! କାରଣ ଗାଡିର ବହୁଭାଗରେ ପ୍ଲାଷ୍ଟିକର ବ୍ୟବହାର ହୋଇଛି!
ତେବେ ଫେରିବା ବାଟରେ ସିଏ ଚିନ୍ତା କଲା ପଲିଥିନ୍ ବିନା ପରିବାର ନିୟନ୍ତ୍ରଣ ହେବ କିପରି?
ଆପଣ ଭାବୁଥିବେ ସିଏ କଣ ଭୃଣହତ୍ୟା କରି ପଲିଥିନରେ ପୁଡିଆ କରି ଫୋପାଡେ କି?
ନାଇଁ, ଆପଣଙ୍କର ବୁଝିବା ଭୁଲ୍! ସିଏ ନିୟମିତ କଣ୍ଡୋମ ବ୍ୟବହାର କରେ!!
ମୁଁ ଜାଣେ ଏକଥା ଜାଣିଲା ପରେ ତାକୁ ବିବିଧ ବିକଳ୍ପ ବ୍ୟବସ୍ଥା କଥା ଜଣେଇବାକୁ ଆପଣଙ୍କ ମନ ହେବଣି! କିନ୍ତୁ ଭାବିଚିନ୍ତି କୁହନ୍ତୁ, ସେଗୁଡିକ କଣ ସମ୍ପୂର୍ଣ ପଲିଥିନମୁକ୍ତ??
@ଡ.କୁଳାଙ୍ଗାର
www.drkulangar.com

0 comments:
Post a Comment