Monday, October 1, 2018

ହାପି ବାର୍ଥ ଡେ' ଗାନ୍ଧି....!!


ଟଙ୍କା ନୋଅଟରେ ଦିଶନ୍ତି ଆପଣ
ଗୋଟିଏ ମୁଦ୍ରାରେ ହସହସ କରି ମୁହଁ;
ଟଙ୍କା ଯାର ନାହିଁ ତା ପାଇଁ ଆପଣ
ପ୍ରତିମୂରତି ଢାଳି ନପାରନ୍ତି ଲୁହ!
ଗୁଣ ଗାଇବି ମୋ ପକେଟେ ରହିବେ ଯଦି,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

ମାଙ୍କଡ ଆମେ ମନ୍ଦକଥା ଆଦୈା
ଦେଖୁନୁ ଶୁଣୁନୁ କହୁନୁ ହେଲୁଣି ଭଲ;
ଆମେ ଫାଇଦା ଆଶାରେ ସକ୍ଷମ ଥାଇବି 
ବୈାଦ୍ଧିକ ଅକ୍ଷମ ମୁକ ବଧିର ଓ କାଲ!
ସ୍ମାର୍ଟଫୋନର ସେସବୁ କାମ ଓ ବୁଦ୍ଧି,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

କହିଥିଲେ ସେବେ ହେବ ସ୍ବାଧୀନତା
ରାତି ଅଧେ ଯେବେ ରାସ୍ତାରେ ବୁଲିବେ ନାରୀ;
ସହର ରାସ୍ତାରେ ବୁଲନ୍ତି କେତେ ଆପଣଙ୍କର 
ଢଙ୍ଗରେ ପ୍ରସ୍ତୁତ ପରିଧାନ ପିନ୍ଧିକରି!
ସ୍ବାଧୀନ ବାସ୍ନାରେ ପରିବାର ଯାଏ ଗନ୍ଧି,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

ତମେ ନେଲ ବୋଲି ଜନମ ସିନା ହେ
ପାଜି ପାକିସ୍ଥାନ ଜନମ ହୋଇଲା ଏଠି;
ସେଇ କାଳରୁ କାଶ୍ମୀର ଦିଅ କାଶ୍ମୀର ଦିଅ
ବୋଲି ଗଣ୍ଡଗୋଳ କରି ଲଗେଇଛି ରେଣ୍ଠି!
ଅହିଂସାବାଦରେ ଭାରତ ହୋଇଛି ବନ୍ଦୀ,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

ତମେ ନଥିଲେ କୋଉଠଉଁ ଆମେ
ପାଇଥାନ୍ତୁ ଆମେ ଏତେ ହାତ ସଭାପତି;
ଧର୍ମଝିଅ ଗୋଟେ କରିଗଲ ବୋଲି
ହୋଇ ଚାଲିଛନ୍ତି ତାଙ୍କ ପୁଅ ବୋହୁ ନାତି!
ତାଙ୍କରି ଘରେ ପ୍ରଧାନମନ୍ତ୍ରୀ ରଖିଦେଇଛ ଖୁନ୍ଦି,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

ଏତେ ପାଠପଢି ଚାକିରୀ ନକରି
ଦେଶପାଇଁ ଯେଣୁ ସାରା ଜୀବନଟା ଦେଲ;
ବେକାରୀକୁ କେହି ଖାତିର ନକରି
କହୁଛନ୍ତି କାଳେ ଗାନ୍ଧିବାଦ ଇଏ ଭଲ!
ଗାନ୍ଧି ଡିଭିଜନ ପାଇ ମୋ ଜୀବନ ରଦ୍ଦି,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

ସ୍ବାଧିନ ଦେଶର ନାଗରିକ ହାତେ 
ଗୁଳି ଖାଇକରି ଆପଣ ସହିଦ ହେଲେ;
ମର୍ଡର କାହାଣୀ ବହି ବିକି ଲେଖି
ସିନେମା ବନେଇ କେତେ ରୋଜଗାର କଲେ!
ଆପଣ ଯେଉଁଠି ସେଇଠାରେ ଲାଭବୃଦ୍ଧି,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

ଲାଗିପାଗି କରି ଇଂରେଜ ହଟେଇ
ଭାରତକୁ ସିନା ଆପଣ ସ୍ବାଧୀନ କଲେ;
କର୍କଟ ପରି ଇଂରେଜି ଭାଷା ଓ
ଇଂରେଜି ମଦ ଆମଠାରେ ରହିଗଲେ!
ଭିତରେ ହସୁଚୁ ଆମେ ହେ ଉପରେ କାନ୍ଦି,
ହାପି ବାର୍ଥ ଡେ' ଗାନ୍ଧି....ହାପି ବାର୍ଥ ଡେ' ଗାନ୍ଧି....!!

©ଡ.କୁଳାଙ୍ଗାର

2 comments:

  1. ଧର୍ମ ଝିଅ ନୁହେଁ ଧର୍ମପୁଅ ହେବ ଗାନ୍ଧୀ ଫିରୋଜ ସାହ ଙ୍କୁ ପୁଅ କରିଥିଲେ ଜିଏ କି ଇନ୍ଦିରା ଙ୍କୁ ବିବାହ କରିଥିଲେ.......

    ReplyDelete