ଉଡନ୍ତା ମଣିଷ
»»»»»»»»»»»»»»»»»»»»»»»»»»»»»»»»»»»»»»
ଇଛା ହେଉଛି ସର୍ବୋତ୍ତମ ନିଶା । ମଣିଷ ଜୀବନଟା ଯଦି ଗୋଟେ ଗାଡି ତେବେ ଇଛା ହେଉଛି ତେଲ, ଜୀବନଟା ଯଦି ଗୋଟେ ବୋମା ତେବେ ଇଛା ହେଉଛି ବାରୁଦ । ଇଛା ଯାହାର ନାହିଁ ସିଏ ଜୀଇଁଥାଇ ଭୁତ!
ତାଆର ପିଲାବେଳୁ ଇଛା କେମିତି ଆକାଶରେ ଉଡନ୍ତା! ଏଇ ଇଛାକୁ ସିଏ ଯେବେ କାହା ସାମ୍ନାରେ ପ୍ରକାଶ କରେ ତେବେ ଉତ୍ତର ମିଳେ: ଅସୁବିଧା କଣ, ଆଜିକାଲି ତ ଉଡାଯାହାଜ ଯାତ୍ରା ବେଶ୍ ଶସ୍ତା । କେବେ ଟିକଟଟେ କରି ଉଡି ଆସୁନ । ଫଟ୍ କରି ଇଛା ପୂରଣ ହୋଇଯିବ ।
ଏମିତି ଉତ୍ତର ବାରମ୍ବାର ଶୁଣି ନୀରବ ରହେ । ଆଉ କାହା ଆଗରେ ପ୍ରକାଶ କରିବାକୁ ଇଛା ହୁଏନି । କାରଣ ତାଆର ଆକାଶରେ ଉଡିବାର ଇଛା ଯାନ୍ତ୍ରିକ ନୁହେଁ ଶାରୀରିକ । ପକ୍ଷୀ ପରି ଡେଣାଝାଡି ଆକାଶରେ ଉଡିବାକୁ ତାଆ ଇଛା!
କଲେଜରେ ପଢିଲାବେଳେ ଥରେ ସାଙ୍ଗମେଳରେ ସିଏ ତା ଇଛାକୁ ଯେବେ ପ୍ରକାଶ କରିଥିଲା କିଏ କେତେକଥା କହିଥିଲେ । ରୋମିଓ ସାଙ୍ଗ ଗୋଟେ କହିଲା; ପୋଖରୀରେ ଗାଧୋଉଥିବା ସୁନ୍ଦରୀମାନଙ୍କୁ ମନଭରି ଦେଖିବାକୁ ବଢିଆ ଉପାୟ !
ଅନ୍ୟଜଣେ ସାଙ୍ଗ କହିଲା- ଖାଲି କଣ ସେତିକି! ବୁଦାମୂଳରେ ଦୈନନ୍ଦିନ ପ୍ରାକୃତିକ ଦାନକାର୍ଯ୍ୟ କରୁଥିବା ଦୃଶ୍ୟ ବି ଦେଖିବୁ ଯେ...!
ରାଜନୀତି ବିଜ୍ଞାନ ସମ୍ମାନର ଛାତ୍ର ଜଣେ କହିଲା: ଏ ଇଛା ପୂରଣଟା ରାଷ୍ଟ୍ରର ସୁରକ୍ଷା ପ୍ରତି ବିପଦ । କାରଣ ସେମିତି ହେଲେ ତମେ ବିନା ଭିସା ଓ ବିନା ପାସପୋର୍ଟରେ କାହିଁ କୁଆଡେ ମାଡିଯିବ ! ତା ଛଡା ଗଣତନ୍ତ୍ରରେ ସୁବିଧା ତ ସାର୍ବଜନୀନ । ତମ ଦେଖା ଦେଖି ଉଡିବାକୁ ଅସଂଖ୍ୟ ଲୋକ ବାହାରିଲେ ଅସମ୍ଭାଳ ହେବ ।
ଅର୍ଥନୀତିର ଛାତ୍ର କହିଲା- ବିମାନ ଇନ୍ଧନରୁ ବେଶ୍ ଭଲ ରାଜସ୍ବ ଆଦାୟ ହୁଏ । ସମସ୍ତେ ଏମିତି ଉଡିଲେ ଆମେ ତ ଦରିଦ୍ର ହେବା ଉଡାଜାହାଜ ମାଲିକ ଓ କର୍ମଚାରୀ ଭିକ ମାଗିବେରେ... !!
ତାଆର ଇଛା ସେଦିନୁ ସୁପ୍ତ ଥିଲା । ତେବେ ଘରକୁ ଇଛାଧାରୀ ନାଗୁଣୀ ଅର୍ଥାତ ଘରଣୀଟିଏ ଆଣିଲା ପରେ ପୁଣି ଜାଗ୍ରତ ହେଲା । ସିଏ ଇଛା ନକରି ଘରଣୀ ଆଗରେ ଇଛାଟି ପ୍ରକାଶ
କରନ୍ତେ ଘରଣେ ପ୍ରଥମେ ହି ହି କରି ହସିଲା ଏବଂ ପରେ ସୁଁ ସୁଁ ହୋଇ ବାହୁନା ଛାଡିଲା; ତମେ ଏମିତି ଅଲକ୍ଷଣା କଥା ଆଉ କେବେ ତୁଣ୍ଡରେ ଧରିବନି ଲୋ...! ଆଜିକାଲି ତ ସମସ୍ତଙ୍କ ପକେଟରେ ବନ୍ଧୁକ ଲୋ....!! ମାଉଁସ ଲୋଭରେ ତମକୁ ଆକାଶରେ ଦେଖି ବଡ ଚଢେଇଟେ ଭାବି ଯଦି କିଏ ନାଛିଦେଲା ମୁଁ କେମିତି ଜୀଇଁବି ଲୋ....!!!
ସିଏ ଏଥର ଚୁପ୍ ଚାପ୍ ପଢାପଢି କଲା। ଗୁଗୁଲ୍ ରୁ ସର୍ଚ୍ଚକରି ଜାଣିବାକୁ ପାଇଲା କି ପୁରାକାଳରେ ସିଦ୍ଧ ସାଧୁମାନେ ସାଧନା ବଳରେ ମନୋଯାନରେ ଯା ଆସ କରୁଥିଲେ । ସିଏ ଏଥର ଖୋଜିଖୋଜି ଜଣେ ସିଦ୍ଧଯୋଗୀଙ୍କ ନିକଟରେ ଉପସ୍ଥିତ ହୋଇ ନିଜର ଇଛା ପୂରଣ ପାଇଁ ପ୍ରାର୍ଥନା କଲା । ସାଧୁ ସ୍ମିତହସି କହିଲେ: ଏମିତି ଶକ୍ତିଥିଲେ କେଳେଙ୍କାରୀ କରୁଥିବା ସାଧୁମାନଙ୍କୁ ପୁଲିସି ଧରିବାକୁ ଗଲାବେଳକୁ ସେମାନେ ଫୁର୍ କରି ଉଡି ଯାଆନ୍ତେନି! ବତ୍ସ ଆମଦ୍ବାରା ସେ କାର୍ଯ୍ୟ ଅସମ୍ଭବ । ତମେ ବରଂ କୈାଣସି ଗଣମାଧ୍ୟମ ବିଶେଷ କରି ନ୍ୟୁଜ୍ ଚାନେଲକୁ ଯାଅ । ସେମାନେ ଆଜିକାଲି ଯାହାକୁ ଚାହୁଁଛନ୍ତି, ଉଡେଇ ପାରୁଛନ୍ତି!
ସିଏ ଏହାକୁ ସତମଣି ଜଣେ ନ୍ୟୁଜ୍ ଚାନେଲ ସମ୍ପଦକଙ୍କୁ ସାକ୍ଷାତ କଲା । ସମ୍ପାଦକେ ସବୁକଥା ଶୁଣି କହିଲେ- ଦେଖନ୍ତୁ ଅକାରଣରେ ମାମଲାରେ ଫସିବା ବୁଦ୍ଧି ଛାଡନ୍ତୁ!
ସିଏ ପଚାରିଲା- ମାନେ?
ସମ୍ପାଦକେ କହିଲେ- ଉଡିବାର ଶକ୍ତି ମିଳିଲେ ଆପଣ ଖାଲି ଉପରେ ଉଡିବେ ନା କେବେ କେବେ ତଳକୁ ଆସିବେ?
ସିଏ କହିଲା- ମନହେଲେ ତଳକୁ ଆସିବି!!
ସମ୍ପାଦକ କହିଲେ- ହାଁ.... ତଳେ ଉଡାଣ ବେଆଇନ୍!
ଏହାଶୁଣି ତାଆର ଇଛା ଫୁର୍କିନା ଉଡିଗଲା ।
©ଡ.କୁଳାଙ୍ଗାର

0 comments:
Post a Comment