Tuesday, September 18, 2018

ବୁଲେଟବାଲୀ

ବୁଲେଟବାଲୀ
''''''''''''''''''''''''''''''''''''''''
ପୁଅ ପରି ଝିଅଟିଏ ଯାଉଥିଲା ରାସ୍ତାରେ
ଶହେ ଶହେ ସ୍ପିଡରେ ଗାଡିକୁ ଉଡେଇ;
ଝିଅପରି ପୁଅଦଳେ ଚାହିଁଥିଲେ ତାକୁ
ଝର୍କା ସେପାଖୁ ମୁଣ୍ଡରେ ଗାମୁଛା ଘୋଡେଇ!

ଝିଅ ଦେହର ପୋଷାକ ବହୁଧା ବିଭକ୍ତ ହୋଇ
ପବନ ସହ ଡ୍ୟାନ୍ସ କରୁଥିଲେ;
ଦେହରେ ଗାମୁଛା ଖଣ୍ଡେଖଣ୍ଡେ ଥିବାରୁ
ସାମ୍ନା କରିବାକୁ ପୁଅମାନେ ଲାଜରେ ମରୁଥିଲେ!

ଝିଅ ବଏଜ ହଷ୍ଟେଲ ସାମନାରେ ଧାକରେ
ବସିଲା ବୁଲେଟର ଷ୍ଟାଣ୍ଡକୁ ମାରି;
ପକେଟରୁ ବାହାର କଲା ଗଞ୍ଜେଇ ସିଗାରେଟ୍
ଦମ୍ ଟାଣି ଛାଡିଲା ଧୁଆଁ ପୁଳାପୁଳା କରି!

ଅଧ ଡଜନରୁ ଅଧିକ ପୁଅ ନିଶ୍ଚିତ ଥିଲେ କି
ଟୋକି ମୋତେ ଦେଖା କରି ଆସିଛି;
ବିକଳରେ କିଏ ଛାତ ଉପରେ କିଏ ଖଟତଳେ
ଆଉ କିଏ ପାଇଖାନାରେ ପଶିଛି!

ସିଗାରେଟ୍ ଖତମ୍ କରି ଝିଅ ଫୋନରୁ
ଗୋଟେ କାଢି ହାତରେ ଧରିଲା;
କେହି ନଉଠାନ୍ତେ ଜଣେ ପରେ ଜଣେ
ଟୋକାର ନମ୍ବରକୁ ଫୋନ କରି ଚାଲିଲା!

ଏଥର ଫୁଟିଲା ସତ କିଏ କହିଲା ମୁଁ
ମୋବାଇଲି କିଏ ଚଷମା ଦେଇଛି;
ଏବେ ପ୍ରାୟ ସମସ୍ତଙ୍କର ସହଯୋଗରେ
ବୁଲେଟର କିସ୍ତି ଶୁଝା ହେଉଛି!

ପଡିଲା ବିଚାର ଏବେ ବାପରେ ବାପ
ଇଏ ଝିଅ ନା ସର୍ବସାଧାରଣ ସମ୍ପତ୍ତି;
ଝିଅଟି ଯେବେ ବୋର୍ ହୋଇ ପିଟିଲା କବାଟ
ଟୋକାଏ ଚିନ୍ତିଲେ ଆଜି ପଡିଲା ବିପତ୍ତି!

ପୁଅମାନେ ସେପଟୁ କାଗଜରେ ଲେଖି ପଠେଇଲେ
ଆଜି ଆମର ମୈାନବ୍ରତ ପରେ ଦେଖାହେବ;
ଝିଅ ଉତ୍ତର ଲେଖିଲା ମୁଁ କଲେଜ ଭୋଟରେ
ଛିଡା ହେଉଛି ସବୁତ ଦେଲ ଭୋଟ୍ ବି ଦେବ!!

@ଡ.କୁଳାଙ୍ଗାର

  • www.drkulangar.com 

0 comments:

Post a Comment