ସୁନ୍ଦରୀ.... ସୁନ୍ଦରୀ....
ବଡ ପାଟିରେ ଡାକି ଡାକି ଲୋକଟେ ଧାଇଁଚି;
ଦେଖଣାହାରୀଏ କହିଲେ ଦେଖମ...
ଅଧାବୟସର ହୋଇ ଲୋକଟା କଣ ହେଉଚି!!
ଏଥର ଅଳ୍ପ ଅଟକି ଲୋକଟା କହିଲା ଭାଇ
ତମେ ଓଲଟା ବୁଝୁଛ ମୁଁ ଜଙ୍ଗଲ ବିଭାଗ କର୍ମଚାରୀ;
ମଣିଷ ସୁନ୍ଦରୀ ନୁହଁ ମୁଁ ଡାକୁଚି ସେଇ
ମହାବଳ ବାଘକୁ ନାଆଁ ଯାହାର ସୁନ୍ଦରୀ!
ଭାଇ ଏବେ ବେଳକାଳ ଯାହା ଚାକରୀଟା ଯିବ
ଯଦି ଲୋକମାନେ ଦେବେ ତାକୁ ମାରି;
ଶୁଣିଲା ଲୋକେ ଏଥର ଦୟା ପରବଶ ହୋଇ
କହିଲେ ଆମେ ଓଲଟା ଭାବିଲୁ ସରି!!
ବନରକ୍ଷୀ କହିଲା ନାଇଁ ଭାଇ ତମର ଦୋଷ କଣ
ମୁଁ ବି ସ୍ବପ୍ନରେ ସୁନ୍ଦରୀ ସୁନ୍ଦରୀ ଘୋଷୁଛି;
ତେଣୁ ମୋ ଉପରେ ସନ୍ଦେହ କରି ସ୍ତ୍ରୀଟା
ବାପଘରକୁ ଯାଇ କଥାବାର୍ତ୍ତା କରୁନି ରୁଷୁଛି!
ମଣିଷଙ୍କର ଡର ବାଘକାଳେ ଖାଇଦେବ
ସେପଟେ ବାଘର ଜୀବନ ପ୍ରତି ବି ବିପଦ ଅଛି;
ଦୁଇଟାଯାକ ଆମ ପାଇଁ ବିପଦପୂର୍ଣ
ବୁଝି ହେଉନି ଏସବୁ କଣ ଚାଲିଛି?
ସହରୀ ଜଣେ କହିଲା ବାଘ ତ ଜଙ୍ଗଲର ରାଜା
ସିଏ ରହିଲେ ମାଓବାଦୀ ଏରିଆ ଛାଡିବେ;
କମିଯିବ କାଠଚୋରୀ ଓ ପଶୁ ଶିକାର
ଶିକାରୀଏ ଜଙ୍ଗଲକୁ ଯିବାକୁ ଡରିବେ!
ଗାଉଁଲି ଲୋକ ଜଣେ ଉତ୍ତର ଦେଲା
ଆସୁନାହାନ୍ତି ଟିକେ ଆମ ଗାଆଁରେ ରହିବେ;
ରାତିରେ ବାଘମାମୁଁ ଆସି ତାଟି କବାଟ
ଖଡଖଡ କଲେ କେମିତି ଲାଗୁଚି କହିବେ!!!
©ଡ.କୁଳାଙ୍ଗାର
www.drkulangar.com
ବଡ ପାଟିରେ ଡାକି ଡାକି ଲୋକଟେ ଧାଇଁଚି;
ଦେଖଣାହାରୀଏ କହିଲେ ଦେଖମ...
ଅଧାବୟସର ହୋଇ ଲୋକଟା କଣ ହେଉଚି!!
ଏଥର ଅଳ୍ପ ଅଟକି ଲୋକଟା କହିଲା ଭାଇ
ତମେ ଓଲଟା ବୁଝୁଛ ମୁଁ ଜଙ୍ଗଲ ବିଭାଗ କର୍ମଚାରୀ;
ମଣିଷ ସୁନ୍ଦରୀ ନୁହଁ ମୁଁ ଡାକୁଚି ସେଇ
ମହାବଳ ବାଘକୁ ନାଆଁ ଯାହାର ସୁନ୍ଦରୀ!
ଭାଇ ଏବେ ବେଳକାଳ ଯାହା ଚାକରୀଟା ଯିବ
ଯଦି ଲୋକମାନେ ଦେବେ ତାକୁ ମାରି;
ଶୁଣିଲା ଲୋକେ ଏଥର ଦୟା ପରବଶ ହୋଇ
କହିଲେ ଆମେ ଓଲଟା ଭାବିଲୁ ସରି!!
ବନରକ୍ଷୀ କହିଲା ନାଇଁ ଭାଇ ତମର ଦୋଷ କଣ
ମୁଁ ବି ସ୍ବପ୍ନରେ ସୁନ୍ଦରୀ ସୁନ୍ଦରୀ ଘୋଷୁଛି;
ତେଣୁ ମୋ ଉପରେ ସନ୍ଦେହ କରି ସ୍ତ୍ରୀଟା
ବାପଘରକୁ ଯାଇ କଥାବାର୍ତ୍ତା କରୁନି ରୁଷୁଛି!
ମଣିଷଙ୍କର ଡର ବାଘକାଳେ ଖାଇଦେବ
ସେପଟେ ବାଘର ଜୀବନ ପ୍ରତି ବି ବିପଦ ଅଛି;
ଦୁଇଟାଯାକ ଆମ ପାଇଁ ବିପଦପୂର୍ଣ
ବୁଝି ହେଉନି ଏସବୁ କଣ ଚାଲିଛି?
ସହରୀ ଜଣେ କହିଲା ବାଘ ତ ଜଙ୍ଗଲର ରାଜା
ସିଏ ରହିଲେ ମାଓବାଦୀ ଏରିଆ ଛାଡିବେ;
କମିଯିବ କାଠଚୋରୀ ଓ ପଶୁ ଶିକାର
ଶିକାରୀଏ ଜଙ୍ଗଲକୁ ଯିବାକୁ ଡରିବେ!
ଗାଉଁଲି ଲୋକ ଜଣେ ଉତ୍ତର ଦେଲା
ଆସୁନାହାନ୍ତି ଟିକେ ଆମ ଗାଆଁରେ ରହିବେ;
ରାତିରେ ବାଘମାମୁଁ ଆସି ତାଟି କବାଟ
ଖଡଖଡ କଲେ କେମିତି ଲାଗୁଚି କହିବେ!!!
©ଡ.କୁଳାଙ୍ଗାର
www.drkulangar.com
0 comments:
Post a Comment