Friday, September 2, 2022

ପେଟିଏମ୍ ଓଡିଆ

ପେଟିଏମ୍ ଅଫିସକୁ ଯାଇକି,
ଓଡିଆ ଜଣେ ପଚାରିଲା: ତମ ବିଜ୍ଞାପନରେ
ଆମ ଭାଷାର ଏମିତି ବଳାତ୍କାର କାହିଁକି?
ପେଟିଏମ ବାବୁ କହିଲେ,
ଆମେ ଭାବିଲୁ ଅଧିକ ଆକର୍ଷିତ ହେବେ
ଓଡିଆମାନେ ତାଙ୍କ ପସନ୍ଦର ଉଚ୍ଚାରଣ ପାଇଲେ!
ଓଡିଆ ପଚାରିଲା ଦେଶୀ ସଂସ୍କୃତରେ,
କେମିତି ଜାଣିଗଲ ତମେ ଏମିତି ଖଣ୍ଡି ଓଡିଆ
ଆମକୁ ଭାଆରି ପସନ୍ଦ ବୋଲି ପ୍ରକୃତରେ?
ପେଟିଏମ୍ କହିଲେ ଟିଭି ଓ ରେଡିଓରେ,
ନ୍ୟୁଜ୍ ଆଙ୍କର ଓ ଜକିମାନେ ତ ଭାଷାକୁ
ମୋଡିମାଡି ଫ୍ରାଏ କରି କହିଥାନ୍ତି ଓଡିଆରେ!
ଓଡିଶାର ବହୁ ବର୍ଷର ରେକର୍ଡ କହୁଛି,
ବଙ୍କା ତେଢିଆ ଓଡିଆ କହୁଥିବା ଲୋକ
ସପକ୍ଷରେ ଅଧିକରୁ ଅଧିକ ହାଓ୍ବା ବହୁଚି!
ବାବୁମାନେ ଏଇ ଭାଷାରେ କହୁଛନ୍ତି,
ଅଧସ୍ତନମାନେ ସେୟାକୁ ଘୋଷି
ଉପକୃତ ହେବାକୁ ଭଲ ପାଉଛନ୍ତି!
ଓଡିଆ ସିନେମା ବି ଆମେ ଦେଖିଲୁ,
ଦେଶୀ ଓ ଆମଦାନୀ ହିରୋଇନୀଙ୍କ
ସଂଳାପରେ ଆମେ ସେଇ ସୁଆଦ ଚାଖିଲୁ!
ପାର୍କ ଓ ହଷ୍ଟେଲକୁ ଯାଇ,
ଦେଖିଲୁ ଆମେ ପିଲାମାନେ ପ୍ରେମ କରୁ୍ଛନ୍ତି
ଆବିକଳ ଏମିତି ଭଙ୍ଗାତଡା ଭାଷା କହି!
ଏବେ ଓଡିଆ କହିଲା ପେଟିଏମ ଭାଇ,
ମୁଁ ବିଚରା ପଛରେ ପଡି ଯାଇଛି ନଶିଖି
ଖଣ୍ଡି ଓଡିଆ, ତମର କିଛି ଦୋଷନାଇଁ!!
-ଡଃ.କୁଳାଙ୍ଗାର


0 comments:

Post a Comment