Monday, April 20, 2020

*ପୁରୀ, ପୁଲିସ୍ ଓ ପୁଳାଏ ପ୍ରଶ୍ନ*

🚓

• ଲୋକେ ପଚାରୁଛନ୍ତି ଏ ଲକ୍ ଡାଉନୁରେ ବାହାରିଲେ ଆମକୁ ପାହାର ଥୋଉଥିବା ଥାନାବାବୁ କେମିତି ପୁରୀ ବୁଲିଗଲେ?
- କିହୋ ବାବୁ ଆମେ ସିନା ମଣିଷ ହେଲେ ଆମ ସହିତ କଣ ତୁଳନୀୟ ସାହେବ ଓ ତାଙ୍କ ପିଲେ??

• ଏ କରୁଣା କାଳରେ ଥାନାବାବୁ ନିଜ ଏରିଆ ଛାଡି କାହିଁ ପାଇଁକି ଏତେ ଦୂରକୁ ଗଲେ?
- ପାଉଣା ତ ଦେବେନି, ଟିକେ ପ୍ରଶଂସା ବି କରିବେନି ଯଦି ସିଏ ଦିଆ ଯାଇଥିବା ଦାୟିତ୍ବଠୁ ଅଧିକ କାମ କଲେ??

• ବନ୍ଦ୍ କଟକଣା ସତ୍ତ୍ବେ ବଡ ଦେଉଳ ଭିତରେ ବି ସେବାୟତ ପ୍ରଭୁମାନେ ତାଙ୍କୁ ଦର୍ଶନ କରାଇଲେ କେମିତି?
- ସୁଯୋଗ ସୃଷ୍ଟି କରିବା ପାଇଁକି ଯେ ୟା ପୂର୍ବରୁ ଓ ପରେ କେତେଜଣ ଦିଅଁଦର୍ଶନ କରିଛନ୍ତି ଏମିତି??

• ପୁଲିସି ହୋଇ କେମିତି ପୁଣି ଚୋରା ଗାଡିରେ ସପରିବାରେ ଗଲେ ସମୁଦ୍ରକୂଳ ବୁଲିବା ପାଇଁ?
- ଭଲକରି ଚଲେଇଲା ପରେ ଜବତ ଗାଡିର ସବିଶେଷ ଅବସ୍ଥାର ବିବରଣୀ ଲେଖିବେ ନା ନାଇଁ??

• ଜଗା କେଡେ ନିର୍ଦ୍ଦୟ, ଶୁଣାଯାଉଛି ସାରଙ୍କ ନାମରେ ମାମଲା ସହିତ ତାଙ୍କୁ ଚାକିରୀରୁ ନିଳମ୍ବନ କରାଯାଇଛି?
- ଏ ବିପଦ ବେଳାରେ ଦିନରାତି ଡ୍ୟୁଟି ଛାଡି ଘରେ ବସିବାର ସୈାଭାଗ୍ୟ କେତେଜଣ ପୁଲିସିଙ୍କୁ ମିଳିଛି??

©ଡ.କୁଳାଙ୍ଗାର

0 comments:

Post a Comment