*ମନ ମୁଗ୍ଧକର ବ୍ୟଙ୍ଗ ଏକପଦୀ*
କାଲିଠୁ ପଧାନ ବୋପା-ପୁଅ ଭିନେ
ଘରେ ଯୋଡେ ଚୂଲି ଜଳୁଛି;
ଯେତେ ଘରେ ଯେତେ ମାଇପିଙ୍କୁ
ସେତେ ହଜାରେ ଟଙ୍କା ଯେ ମିଳୁଛି!
ମଦ ଜଳ ଦେବତା, ପାଉଡର ବିଷ୍ଣୁ
ଗଞ୍ଜେଇ ସାକ୍ଷାତ ମହେଶ୍ବର;
ଯେତେ ଓପାସ କରିଲେ ବି
ଅଦୈା ଦେଖା ମିଳୁନାଇଁ ପ୍ରଭୁଙ୍କର!
ଫୁଲ୍ ପ୍ୟାଣ୍ଟ୍ ସାର୍ଟ କାଟୁଛନ୍ତି ଏବେ
ଦୀର୍ଘକାଳୀନ ଛୁଟି;
ଓଭର ଟାଇମ୍ ଡିଉଟି କରିକି
ଲୁଙ୍ଗି ହାଫଙ୍କ ପଛ ଯାଉଅଛି ଫାଟି!
ଘରେ ବସିଛନ୍ତି କାମଧନ୍ଦା ଛାଡି
ହିରୋ ହିରୋଇନୀ ଘୋଷକ;
ବହୁଦିନ ପରେ ନାୟିକାମାନଙ୍କ
ଦେହେ ଏବେ ପୂରା ପୋଷାକ!
କବିଙ୍କର ସଂଖ୍ୟା ବଢି ଯାଇଅଛି
କିଏ ଲେଖେ କିଏ ହାଉଳି;
ଲାଗୁଅଛି କିବା ନିଶା ଅଭାବରୁ
ହେଉଛନ୍ତି ଇଏ ବାଉଳି!
ଫାଇନି ଡରରେ ମୁହଁ ଲୁଚେଇକି
ଦେଖା କରୁଥିଲେ ନିତି;
ଭୁଲରେ ତା ମାଆକୁ କୁଣ୍ଢେଇ
ପ୍ରେମର ହୋଇଲା ଇତି!
©ଡ.କୁଳାଙ୍ଗାର
କାଲିଠୁ ପଧାନ ବୋପା-ପୁଅ ଭିନେ
ଘରେ ଯୋଡେ ଚୂଲି ଜଳୁଛି;
ଯେତେ ଘରେ ଯେତେ ମାଇପିଙ୍କୁ
ସେତେ ହଜାରେ ଟଙ୍କା ଯେ ମିଳୁଛି!
ମଦ ଜଳ ଦେବତା, ପାଉଡର ବିଷ୍ଣୁ
ଗଞ୍ଜେଇ ସାକ୍ଷାତ ମହେଶ୍ବର;
ଯେତେ ଓପାସ କରିଲେ ବି
ଅଦୈା ଦେଖା ମିଳୁନାଇଁ ପ୍ରଭୁଙ୍କର!
ଫୁଲ୍ ପ୍ୟାଣ୍ଟ୍ ସାର୍ଟ କାଟୁଛନ୍ତି ଏବେ
ଦୀର୍ଘକାଳୀନ ଛୁଟି;
ଓଭର ଟାଇମ୍ ଡିଉଟି କରିକି
ଲୁଙ୍ଗି ହାଫଙ୍କ ପଛ ଯାଉଅଛି ଫାଟି!
ଘରେ ବସିଛନ୍ତି କାମଧନ୍ଦା ଛାଡି
ହିରୋ ହିରୋଇନୀ ଘୋଷକ;
ବହୁଦିନ ପରେ ନାୟିକାମାନଙ୍କ
ଦେହେ ଏବେ ପୂରା ପୋଷାକ!
କବିଙ୍କର ସଂଖ୍ୟା ବଢି ଯାଇଅଛି
କିଏ ଲେଖେ କିଏ ହାଉଳି;
ଲାଗୁଅଛି କିବା ନିଶା ଅଭାବରୁ
ହେଉଛନ୍ତି ଇଏ ବାଉଳି!
ଫାଇନି ଡରରେ ମୁହଁ ଲୁଚେଇକି
ଦେଖା କରୁଥିଲେ ନିତି;
ଭୁଲରେ ତା ମାଆକୁ କୁଣ୍ଢେଇ
ପ୍ରେମର ହୋଇଲା ଇତି!
©ଡ.କୁଳାଙ୍ଗାର
0 comments:
Post a Comment