Sunday, June 20, 2021

*ପିତୃଦିବସ ପୋଷ୍ଟମଟମ*











*
ବାପା-ମାଆ ସହିତ ଜି‌ଅଁନ୍ତି ଗାଆଁରେ, 

ପୁଅ ସ୍ତ୍ରୀ ପିଲା ସହ ରହନ୍ତି ସହରେ!

ଆଗରୁ ଯେବେ ବୋହୁ ଚାକିରୀ କରୁଥିଲେ,
ବୁଢାବୁଢୀ ରହି ଛୁଆପିଲାଙ୍କୁ ଧରୁଥିଲେ!

ତାଲାବନ୍ଦିରେ ବୋହୁ ଛଟେଇ ହେଲେ,
ତେଣୁ ଦିହିଁକି ଗାଆଁକୁ ପଠେଇ ଦେଲେ!

ହଠ‍ତ ବାପାଙ୍କୁ ବାଧ୍ୟ କରି ଗାଁଆରୁ ଅଣାଗଲା,
ଘର କାନ୍ଥରେ ରଙ୍ଗୀନ୍ ବେଡସିଟ୍ ଟଣାଗଲା!

ପିତୃଦିବସ ପାଇଁ ତାଙ୍କୁ ଡକାଗଲା,
ଫଟୋ ଉଠେଇ ଫେସବୁକରେ ପକାଗଲା!!

ପୋଷଣ ଅଭାବରୁ ଗାଲ ଯାଇଚି ପଶି,
ପୁଅ ଫଟୋଟାକୁ ଏଡିଟ୍ କଲା ବସି!

ଭଲକରି ଭକ୍ତିରେ ଦି' ଧାଡି ଲେଖାଗଲା,
କେତେ ଲାଇକ୍ କମେଣ୍ଟ ଦେଖାଗଲା!

ଏଥର ପୁଅ କହିଲା ବାପା ତମେ ପଳ,
ଖସି ପଡିଲେ ବାପା ଗୋଡରେ ନଥିଲା ବଳ!

ଆମ୍ବୁଲାନ୍ସରେ ନେଲେ ଡାକ୍ତରଖାନା,
ଜଣା ପଡିଲା ତାଙ୍କୁ ହୋଇଛି କରୋନା!

ଡାକ୍ତର କହିଲେ ସଙ୍ଗରୋଧରେ ରହିବା ପାଇଁ,
ବୋହୁ କହିଛନ୍ତି ସକାଳୁ ଗାଆଁ ଛାଡିବା ପାଇଁ!

ଫେରିଲେ ବୁଝାଯିବ ପୁତ୍ରମଣିଙ୍କ କଥା,
ସେଇ ଡରରେ ତାଙ୍କର ଘୂରୁଅଛି ମଥା!

ସେ ପୁଅଟି ମୁଁ ଏବଂ ଆପଣମାନେ ବି,
ଖୋଲି କହିବାରୁ ନାମ କୁଳାଙ୍ଗାର କବି!!

#ବ୍ୟଙ୍ଗକବିତା #ଡଃକୁଳାଙ୍ଗାରଙ୍କବ୍ୟଙ୍ଗ


0 comments:

Post a Comment