*ଦୁଇଟି ସନ୍ତାନ ଯଥେଷ୍ଟ?*
------------------------------
ଡଃ. କୁଳାଙ୍ଗାର


କେତେକ ରାଜ୍ୟରେ ଆମେ ଦୁଇ ଆମର ଦୁଇ
ଯୋଜନାର ଶୁଭାରମ୍ଭ ଯେବେଠୁ ଶୁଣିଲେଣି;
ଆମ ପରି ଯେତେ ତୃତୀୟ ସନ୍ତାନ
ଆତଙ୍କରେ ଦିନ ଗଣିଲେଣି!
ଅନେକ ପରିବାର ଅଛି ଯେଉଁଠି
ଇଶ୍ବରଙ୍କ ଦାନ ରୂପେ ଜନ୍ମନ୍ତି ଛୁଆ;
ପରିବାରକୁ ଦେଖିଲେ ଲାଗେ
କ୍ରିକେଟ ଟିମ୍ ଗୋଟେ ହୋଇଛି ଠିଆ!
ଏବେ ଯେମିତି ଲୋକଙ୍କୁ ମୁଣ୍ଡିପିଛା
ରାସନ ଓ ନଗଦ ମିଳୁଛି;
ଅଧିକରୁ ଅଧିକ ପାଇବା ଆଶାରେ
ଛୁଆ ସଂଖ୍ୟା ବଢେଇବାକୁ ମନ ବଳୁଛି!
ତା ଛଡା ଆମ ସମାଜରେ ରାତି ପାହିଲେ
କଳିଗୋଳ ଓ ମାଡପିଟ୍ ହୁଏ;
ସେଇଥିରେ ବଡ ପରିବାର ସୁଖି ପରିବାର
ସ୍ଲୋଗାନଟି ସଠିକ ମନେ ହୁଏ!
ତେବେ ବାବାଜି ବୈଷ୍ଣବ ମାନେ
ଯେବେଠୁଁ ଶାସନ ସମ୍ଭାଳିଲେଣି;
ସଂସାରୀଙ୍କ କାରବାରରେ ନାନା ପ୍ରକାର
କଟକଣା ଲଗେଇଲେଣି!
ଦେଶରେ ମଣିଷମାନଙ୍କର ସଂଖ୍ୟା
ଯେମିତି ହୁ ହୁ ବଢୁଛି;
ପ୍ରକୃତି ଓ ପଶୁପକ୍ଷୀଙ୍କୁ ମଧ୍ୟ
ନାନା ଦହଗଞ୍ଜ ହେବାକୁ ପଡୁଛି!
କହୁଛନ୍ତି ଛୋଟ ପରିବାର ସୁଖି ପରିବାର
ଦୁଇଟି ସନ୍ତାନ ଯଥେଷ୍ଟ;
ଯେଉଁମାନଙ୍କର ମାତ୍ର ଗୋଟେ
ତାଙ୍କର ତା ହେଲେ ନିଅଣ୍ଟ?
ନିନ୍ଦୁକଙ୍କ କହିବା କଥା ୟେ ଗୋଟେ
ଏହା ଏକଦମ ସାମ୍ପ୍ରଦାୟିକ;
ସତେ ଯେମିତି ପିଲାଛୁଆ ଜନ୍ମ କରି
ପାରନ୍ତି ନିିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ!
ଆଉ ଦଳେ ଅଛନ୍ତି କହୁଛନ୍ତି ଏହା ବହୁ
ବର୍ଷ ଆଗରୁ ହେବାର ଥିଲା;
ହୈଓ ଯୁଆଡେ ଗଲେ ଦେଖ
ଗାଈଗୋରୁ ପରି ମଣିଷ ଠେଲାପେଲା!
ତେବେ ଏହି ନିୟମଟି ବହୁ ବର୍ଷ ଆଗରୁ
ଲାଗୁ ହୋଇଥାଆନ୍ତା ଯଦି;
ଆମକୁ ଶାସନ କରିବା ପାଇଁ ମିଳି ନଥାନ୍ତେ
ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!
#ବ୍ୟଙ୍ଗକବିତା #ଡଃକୁଳାଙ୍ଗାରଙ୍କବ୍ୟଙ୍ଗ
------------------------------
ଡଃ. କୁଳାଙ୍ଗାର
କେତେକ ରାଜ୍ୟରେ ଆମେ ଦୁଇ ଆମର ଦୁଇ
ଯୋଜନାର ଶୁଭାରମ୍ଭ ଯେବେଠୁ ଶୁଣିଲେଣି;
ଆମ ପରି ଯେତେ ତୃତୀୟ ସନ୍ତାନ
ଆତଙ୍କରେ ଦିନ ଗଣିଲେଣି!
ଅନେକ ପରିବାର ଅଛି ଯେଉଁଠି
ଇଶ୍ବରଙ୍କ ଦାନ ରୂପେ ଜନ୍ମନ୍ତି ଛୁଆ;
ପରିବାରକୁ ଦେଖିଲେ ଲାଗେ
କ୍ରିକେଟ ଟିମ୍ ଗୋଟେ ହୋଇଛି ଠିଆ!
ଏବେ ଯେମିତି ଲୋକଙ୍କୁ ମୁଣ୍ଡିପିଛା
ରାସନ ଓ ନଗଦ ମିଳୁଛି;
ଅଧିକରୁ ଅଧିକ ପାଇବା ଆଶାରେ
ଛୁଆ ସଂଖ୍ୟା ବଢେଇବାକୁ ମନ ବଳୁଛି!
ତା ଛଡା ଆମ ସମାଜରେ ରାତି ପାହିଲେ
କଳିଗୋଳ ଓ ମାଡପିଟ୍ ହୁଏ;
ସେଇଥିରେ ବଡ ପରିବାର ସୁଖି ପରିବାର
ସ୍ଲୋଗାନଟି ସଠିକ ମନେ ହୁଏ!
ତେବେ ବାବାଜି ବୈଷ୍ଣବ ମାନେ
ଯେବେଠୁଁ ଶାସନ ସମ୍ଭାଳିଲେଣି;
ସଂସାରୀଙ୍କ କାରବାରରେ ନାନା ପ୍ରକାର
କଟକଣା ଲଗେଇଲେଣି!
ଦେଶରେ ମଣିଷମାନଙ୍କର ସଂଖ୍ୟା
ଯେମିତି ହୁ ହୁ ବଢୁଛି;
ପ୍ରକୃତି ଓ ପଶୁପକ୍ଷୀଙ୍କୁ ମଧ୍ୟ
ନାନା ଦହଗଞ୍ଜ ହେବାକୁ ପଡୁଛି!
କହୁଛନ୍ତି ଛୋଟ ପରିବାର ସୁଖି ପରିବାର
ଦୁଇଟି ସନ୍ତାନ ଯଥେଷ୍ଟ;
ଯେଉଁମାନଙ୍କର ମାତ୍ର ଗୋଟେ
ତାଙ୍କର ତା ହେଲେ ନିଅଣ୍ଟ?
ନିନ୍ଦୁକଙ୍କ କହିବା କଥା ୟେ ଗୋଟେ
ଏହା ଏକଦମ ସାମ୍ପ୍ରଦାୟିକ;
ସତେ ଯେମିତି ପିଲାଛୁଆ ଜନ୍ମ କରି
ପାରନ୍ତି ନିିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ!
ଆଉ ଦଳେ ଅଛନ୍ତି କହୁଛନ୍ତି ଏହା ବହୁ
ବର୍ଷ ଆଗରୁ ହେବାର ଥିଲା;
ହୈଓ ଯୁଆଡେ ଗଲେ ଦେଖ
ଗାଈଗୋରୁ ପରି ମଣିଷ ଠେଲାପେଲା!
ତେବେ ଏହି ନିୟମଟି ବହୁ ବର୍ଷ ଆଗରୁ
ଲାଗୁ ହୋଇଥାଆନ୍ତା ଯଦି;
ଆମକୁ ଶାସନ କରିବା ପାଇଁ ମିଳି ନଥାନ୍ତେ
ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!
#ବ୍ୟଙ୍ଗକବିତା #ଡଃକୁଳାଙ୍ଗାରଙ୍କବ୍ୟଙ୍ଗ






0 comments:
Post a Comment