Saturday, June 3, 2023

*ହେ ଈଶ୍ୱର ତମେ ସତରେ ଅଛ ତ?*

ଏହା କଣ ସତରେ ସତ,
ଏ ପୃଥ୍ଵୀ ତୁମ ଇଛାରେ ଆତଯାତ?
ଯାହା ହେଲା ଯାହା ହେଉଛି ଯାହା ହେବ
ସବୁ କଣ ଅଟେ ତୁମର ମତ??
ହେ ପ୍ରଭୁ ତୁମେ ସତରେ ଅଛ ତ???

ଏ ଯେଉଁ ଭୟଙ୍କର ରେଳ ଦୁର୍ଘଟଣା 
ପଛରେ କଣ ତୁମର ହାତ;
ତୁମେ ହିଁ କଲ କି ବଙ୍କା
ଶକ୍ତ ଲୁହା  ସିଧା ରେଳ ପଥ?
କାହିଁକି ମାରିଲ କୁହ ଏତେ ବଡ ନାତ?
ହେ ପ୍ରଭୁ ତୁମେ ସତରେ ଅଛ ତ???

ତୁମେ ଭାଗଭାଗ ଆମ ଭାବନାରେ 
ରାମ ଆଲ୍ଲା ଯୀଶୁ ନାନକ ତ;
ମିଳିମିଶି ମରିଛନ୍ତି 
ଏଥିରେ ତ ସମସ୍ତଙ୍କ ଭକ୍ତ!
କେଉଁ ରାଗେ ମାରିଲ ହୋଇ ସମ୍ମିଳିତ?
ହେ ପ୍ରଭୁ ତୁମେ ସତରେ ଅଛ ତ ??

ଶୁଣିଥିଲି କାଳେ ତୁମେ ଭଲପାଅ
ସତ୍ୟ ପୁଣ୍ୟ ପଥ;
ପାପୀ ଓ ପାପ ବିନାଶ କରିଥାଅ
ବୋଲି ଶୁଣିଅଛୁ ପ୍ରବଚନ ଗୀତ!
ନଥିଲେ କି ଏଥିରେ କେହି ପୁଣ୍ୟବନ୍ତ?
ହେ ପ୍ରଭୁ ତୁମେ ସତରେ ଅଛ ତ???

ଯାହାର ଅବହେଳାରେ ହେଲା
ଏ ଭୀଷଣ ବିତ୍ପାତ;
ସିଏ କଣ ପୁଣ୍ୟବନ୍ତ ନା ଅଟଇ 
ତୁମର ଅତି  ପ୍ରିୟ ଭକ୍ତ ?
ତାକୁ କିଆଁ ବଡକଲ କରି ପଦଯୁକ୍ତ??
ହେ ପ୍ରଭୁ ତୁମେ ସତରେ ଅଛ ତ???

ତମେ ବୋଧେ ମାରି ସାରି ପଠେଇଲ
ସ୍ବେଛାସେବୀ ଦେବାପାଇଁ ରକ୍ତ;
ଡାକ୍ତର ଖଞ୍ଜିଲ ପୁଣି ଯୋଡିବାକୁ
ଫଟାମୁଣ୍ଡ ଭଙ୍ଗା ଗୋଡ ହାତ!
ଏହା କଣ ତୁମକୁ କରିଥାଏ ପ୍ରୀତ?
ହେ ପ୍ରଭୁ ତୁମେ ସତରେ ଅଛ ତ???

ଯଦି ଏଇ ଘଟଣାରେ ଥିବ ତୁମ ହାତ 
କମେଣ୍ଟରେ ଶୋଧିବ ମୋତେ ଲଗାଇକି ଭକ୍ତ;
ଯଦି କରିନାହଁ ତୁମେ ଅସଲ ସୈତାନକୁ 
ବର୍ଷଟେ ଭିତରେ ଦେବ ଦଣ୍ଡ ଶକ୍ତ!
ନଚେତ ପଚାରେ ମୁଁ ପଚାରୁ ଥିବି ତ, 
ହେ ପ୍ରଭୁ ତୁମେ ସତରେ ଅଛ ତ???

-ଡ଼ଃ କୁଳାଙ୍ଗାର


 

0 comments:

Post a Comment