Saturday, June 18, 2022

#ଅଗ୍ନିପଥ ପରି #ରାଜପଥ ହେଉ


ଅଗ୍ନିପଥ ଯୋଜନାଟି ବହୁତ ବଢିଆ ହୋଇଛି,
ଏହା ଜରିଆରେ ରାଷ୍ଟ୍ର ସୁଦୃଢ ହେବାର ସମ୍ଭାବନା ରହିଛି!
ତେବେ ଏହା ସହିତ ଯଦି ରାଜପଥ ଯୋଜନା ଆସିବ,
ମୋ ଦେଶ ଭାରତ ଆହୁରି ଅଧିକ ସୁନ୍ଦର ଦିଶିବ!
ରାଜପଥ ଯୋଜନାରେ ଯୁବ ନେତାମାନେ ଆସନ୍ତୁ,
ପାଂଚବର୍ଷ ପାଇଁ ଚୁକ୍ତି କରି ଶାସନରେ ବସନ୍ତୁ!
ଅଗ୍ନିପଥ ହିସାବରେ ଏମାନଙ୍କୁ ବି ସେବାନିଧି ମିଳୁ,
ସେଇଥିରେ ତାଙ୍କ ଘର ସଂସାର ଚଳୁ!
ପାଂଚ ବର୍ଷ ପରେ ଚାରି ଜଣରୁ ଜଣେ ବସିବେ,
ବାକିମାନେ ବ୍ୟାଗ ଧରି ଘରକୁ ଖସିବେ!
ସେମାନଙ୍କୁ ସମ୍ମାନରେ ଡକାଯିବ ରାଜବୀର,
ଶାସନରୁ ଯିବା ପରେ ବି କାମରେ ଲାଗିବେ ଦେଶର!
ଏହା ଉତ୍ସାହିତ କରିବା ଯୁବବର୍ଗଙ୍କୁ ଦେଶସେବା ପାଇଁ,
କହିଲେ ଦେଖି ଏହା ଭଲ ହେବ କି ନାଇଁ?
-ଡ଼ଃ.କୁଳାଙ୍ଗାର


 

0 comments:

Post a Comment