Tuesday, December 7, 2021

ସେଇ ଖୁସିରେ...! II #ବ୍ୟଙ୍ଗକବିତା II ଡ଼ଃ କୁଳାଙ୍ଗାର

 






















ସକାଳୁ ସକାଳୁ ମୋ ସାଙ୍ଗ ବ୍ରଜ
ଲୁଙ୍ଗି ତଉଲିଆ ୟୁନିଫର୍ମ ପିନ୍ଧି ତାହାର;
କହିଲା କରିଛି ପାର୍ଟି ଆୟୋଜନ
ବେଗେ ତୁ ପିନ୍ଧିକି ବାହାର!
ପଚାରିଲି କହ କି ଖୁସିରେ କିଏ
ଦଉଚି ଅବେଳା ପାର୍ଟି;
ବାପଘର ଗଲା ଘରଣୀ ତୋର ନା
ଲଟେରୀ ଯାଇଛି ଉଠି?
ବ୍ରଜ କହିଲା ନାଇଁ ଭାଇ ନାଇଁ
ତାଠୁ ବି ୟେ ବେଶୀରେ;
ତେଣୁ ବେଗି ଚା ପୋଖରୀ କୂଳକୁ
ପାର୍ଟିଟା ହେଉଛି ଖୁସିରେ!
ଦାନ୍ତ ଘଷୁ ଘଷୁ ପଚାରିଲି ଖୁସି
କହୁନୁ କଣ ପାଇଁ;
କ୍ଲିୟର କର ମାଗଣା ନା ପାର୍ଟି
କରିବି ମୁ ଚାନ୍ଦା ଦେଇ ?
ବ୍ରଜ କହିଲା ତୁ ପାଣି ଛାଡ
ଆଜି ଯେତେ ପିଇବୁରେ ଭାଇ;
ମନ୍ତ୍ରୀ କହିଛନ୍ତି ମଦମୁକ୍ତ ଓଡିଶା
ଯୋଜନା ମୋଟରୁ ନାହିଁ!
କହିଲି ଆରେ ବାଃ ଭାରିଭଲ
ତୁ ଖବର ଗୋଟାଏ କହିଲୁ;
ହେଲେ ସକାଳୁ କଣ ଦୋକାନ
ଖୋଲା, ମାଲ କୋଉଠୁ ପାଇଲୁ?
ବ୍ରଜ କହିଲା ନାଇଁ ଆଶଙ୍କାରେ
ମୁଁ ଆଗୁଆ ଆଣିକି ଥୋଇଥିଲି;
ନିଷ୍ପତ୍ତି କଣ ହେଉଛି ବୋଲି ମୁଁ
ଟିଭି ପରଦାକୁ ଚାହିଁଥିଲି!
ତା ଘରେ ପହଁଚି ଗିଲାସ ଧରିକି
ପଚାରିଲି ଯଦି କରିଦେଇଥାନ୍ତେ ନାହିଁ;
ବ୍ରଜ କହିଲା ଦୁଃଖରେ ଏତକ
ସାରି ଦେଇଥାନ୍ତେ ଶୁଭ ବିଦାୟ କହି!!

0 comments:

Post a Comment