Wednesday, September 26, 2018

ବନ୍ଦ୍ #ବ୍ୟଙ୍ଗକବିତା

ଅଳସ ସଞ୍ଜରେ ଯାଇ 
ପ୍ରେମିକାର ପାଖେ ଥାଇ
କହିଲି ଗୋ ପ୍ରିୟତମା
ମନରେ ଲାଗିଛି ନିଆଁ ଲିଭାଅ ଲିଭାଅ;
ଭାରିକଷ୍ଟ ଏ ଜ୍ବଳନ
ପ୍ରେମପାଣି ମାରି ମୋର ଜୀବନ ବଞ୍ଚାଅ!
କହିଲା ମୁଣ୍ଡ ହଲାଇ ହସି ମନ୍ଦମନ୍ଦ,
ପ୍ରେମଘଟ ଚାଲିଅଛି ତେଣୁ ସବୁ ବନ୍ଦ!!

ଦୁଇଦିନ ହେଲା ଭାଇ
ପାଇଖାନା ଯାଇନାଇଁ
ବାରମ୍ବାର ଚେଷ୍ଟା କରି
ଯେବେ ସବୁ ପ୍ରକ୍ରିୟାରେ ଅସଫଳ ହେଲି;
ଡାକ୍ତରଙ୍କ ପାଶେ ଯାଇ
ପେଟ ଖଲାସ ପାଇଁକି ଆନୁରୋଧ କଲି!
ଡାକ୍ତର ଖୁସି ହୋଇ ଦେଲେ ଧନ୍ୟବାଦ,
କହିଲେ ତମେ ବି ଆମ ପାଇଁ କର ବନ୍ଦ! 

ଶିକ୍ଷକଙ୍କୁ ନମସ୍କାର
କରି ପଚାରିଲି ସାର
ପଚାରୁଛି ପୁଅ ମୋର
ନିତି ସ୍କୁଲ୍ ଗଲେ ହେବ କୋଉ ଲାଭ;
ବୁଝେଇ କୁହନ୍ତୁ ଟିକେ
ସବୁଦିନ ଯେମିତି ସେ ସ୍କୁଲ୍ କୁ ଯିବ!
ଶିକ୍ଷକ କହିଲେ ତାର କଥା ନୁହେଁ ମନ୍ଦ, 
ଦରମା ଦାବିରେ ସ୍କୁଲ୍ କରିଅଛୁ ବନ୍ଦ!! 

ଚୋର ପଶିଲା ମୋ ଘରେ
ପୋଲିସିକୁ ଫୋନରେ
କହିଲି ଆସ ସାଆରେ
ଚଟାପଟ ଗାଡିଧରି ଡେରି କରନାଇଁ;
ବନ୍ଧୁକ ମୁନରେ ସିଏ
ମୋ ଘରର ଧନରତ୍ନ ଏକାଠି କଲାଇଁ!
ପୁଲିସି ପଚାରେ ତମେ ଧନକିଆଁ ଖୁନ୍ଧ,
ନାହିଁ ବୋଲି କରିଅଛୁ ଆମେ କରିଅଛୁ ବନ୍ଦ!! 

ସେବାୟତଙ୍କୁଇଁ ଦେଖି
ପାଚାରିଲି ପଥରୋକି
କୁହକୁହ ଦେବଦୂତ
ଆଗ ଠାକୁର  ନା ଆଗ ପଣ୍ଡା;
ଅପଣ ତ ଜ୍ଞାନୀଲୋକ
ଦିଅନ୍ତୁ ଉତ୍ତର ମୋର ମନହେଉ ଥଣ୍ଡା!
ଶୁଣି ନାକକୁ ଟେକିଲେ ଯେହ୍ନେ ଗନ୍ଧ,
କହି ଇଛାରେ ମୋ ପହଡ ପଡିଛି ସିଏ ବନ୍ଦ!! 

©ଡ.କୁଳାଙ୍ଗାର
www.drkulangar.com

0 comments:

Post a Comment