ଜାଣି ଖୁସି ହେବେ ବନ୍ଧୁ
ଏବେ ଆଗରେ ଭାରତୀୟ ଜନ;
ଚାଇନା ପରେ ସାରା ବିଶ୍ବରେ ଧୂମପାନରେ
ଭାରତ ଲାଭ କରିଛି ଦ୍ବତୀୟ ସ୍ଥାନ!
ଚାଇନା ପରେ ସାରା ବିଶ୍ବରେ ଧୂମପାନରେ
ଭାରତ ଲାଭ କରିଛି ଦ୍ବତୀୟ ସ୍ଥାନ!
ଭାରତୀୟ ମାନଙ୍କର ତୁଳନା ନାଇଁ
ବିଡି ସିଗାରେଟ ଟାଣି ଧୂଆଁ ଛାଡିବାରେ;
ଶକ୍ତିଶାଳୀ ଆମେରିକାବାସୀଙ୍କୁ ବି
ଆମେ ପକେଇ ଦେଇଛେ ପଛରେ!
ବିଡି ସିଗାରେଟ ଟାଣି ଧୂଆଁ ଛାଡିବାରେ;
ଶକ୍ତିଶାଳୀ ଆମେରିକାବାସୀଙ୍କୁ ବି
ଆମେ ପକେଇ ଦେଇଛେ ପଛରେ!
ଲାଗୁଛି ଆମେରିକୀୟ ଗରିବ ହେଲେଣି
ପାଖରେ ଆଉ ପୂର୍ବପରି ଧନ ନାଇଁ;
ନଚେତ ଟଣାଟଣି ମାମଲାରେ
ଆମଠାରୁ ଏତେ ପଛୁଆ କିମ୍ପାଇଁ?
ପାଖରେ ଆଉ ପୂର୍ବପରି ଧନ ନାଇଁ;
ନଚେତ ଟଣାଟଣି ମାମଲାରେ
ଆମଠାରୁ ଏତେ ପଛୁଆ କିମ୍ପାଇଁ?
ମାର ତାଳି..ବଜ୍ଜାତ ପାକିସ୍ଥାନୀଙ୍କର ବି
ଆର୍ଥିକ ଅବସ୍ଥା ଆଦୈା ଭଲନାଇଁ;
ତେଣୁ ଧୂମପାନ ତାଲିକାରେ ରହିଛନ୍ତି
ଆମଠୁ କେତେ ପଛରେ ଯାଇ!
ଆର୍ଥିକ ଅବସ୍ଥା ଆଦୈା ଭଲନାଇଁ;
ତେଣୁ ଧୂମପାନ ତାଲିକାରେ ରହିଛନ୍ତି
ଆମଠୁ କେତେ ପଛରେ ଯାଇ!
ଏହି ତାଲିକା କହୁଛି କି ଆମ ଭାରତ
ଏବେ ଢେର୍ ବିକଶିତ ହେଲାଣି;
ଅଧିକରୁ ଅଧିକ ରୋଜଗାରୀଆ ହୋଇ
ବିଡି, ସିଗାରେଟ ଟାଣିଲେଣି!
ଏବେ ଢେର୍ ବିକଶିତ ହେଲାଣି;
ଅଧିକରୁ ଅଧିକ ରୋଜଗାରୀଆ ହୋଇ
ବିଡି, ସିଗାରେଟ ଟାଣିଲେଣି!
©ଡ.କୁଳାଙ୍ଗାର
0 comments:
Post a Comment