#ବାଘବ୍ୟଙ୍ଗ
ଡିଏଫଓ କହିଲେ ରେ ଗାଆଡ
ମୋତେ ଭାରି ଡର ଲାଗିଲାଣି;
ହୈରେ ଜଙ୍ଗଲକୁ କଣ ଆମଦାନୀ ହୋଇ
ମହାବଳ ବାଘ ପତିପତ୍ନୀ ଆସିଲେଣି?
ଗାଆର୍ଡ କହିଲା- ସାର୍, ଏଥିରେ ଡର କାହିଁକି
ବାଘ ତ ଆମ ଜଙ୍ଗଲରେ ନାଇଁ;
ମୋତ ଦେଖନ୍ତୁ ମୁଁ କେମିତି ନିର୍ଭୟ
ଆପଣଙ୍କ ପରି ଲୋକ ଅଫିସିରେ ଥାଇ!
ଡିଏଫଓ ମହୋଦୟ ତାର ଶ୍ଲେସକୁ ବୁଝିଲେ
ଆଉ ବ୍ୟଙ୍ଗକରି ହସିକି କହିଲେ;
ବାଘୁଣୀ ସହ ରହିବା କେତେ କଷ୍ଟକର
ବୁଝିବୁ ତୁ ବାହାସାହା ହେଲେ!
ଗାଆଡ କହିଲା- ବାଘ ତ ଅନ୍ୟ ଜଙ୍ଗଲରେ
ଆପଣ ଡରୁଛନ୍ତି କାହିଁକି?
ଡିଏଫଓ କହିଲେ- ଗୁଡାଏ ଖର୍ଚ୍ଚ କରିବାକୁ ହେବ
ସେ ଜାଗାକୁ ବଦଳି ରୋକିବା ପାଇଁକି!
©ଡ.କୁଳାଙ୍ଗାର
0 comments:
Post a Comment