Tuesday, May 15, 2018

ସାବିତ୍ରୀ ବ୍ରତ ଓ ସୋସିଆଲ ମିଡିଆ! ଗପଟିଏ... #ByangaGapa #OdiaByanga


ତା ଘରଣୀ ମହୋଦୟା ଆଜିକାଲି ଇମ୍ପ୍ରୁଭ୍ କଲେଣି ! 
ଆଗରୁ ଭାତଗଣ୍ଡେ ରାନ୍ଧିଦେଇ ଗଧଭଳି ଶୋଉଥିଲେ । ପୁଣି ଉଠି ରୋଷେଇବାସ ସାରି ପୁଣି ଖାଇ ପୁଣି ଶୋଇପଡୁଥିଲେ । ସେଇ କାରଣରୁ ଚେହେରାଟି ହାତୀର ସାନ ଭଉଣୀ ପରି ହୋଇଥିଲା । ସେହି କାରଣରୁ ଦେଖିଲା ଲୋକେ ତାକୁ ସାବାସି ଦେଉଥିଲେକି ଯାହାହେଉ ଲୋକଟା ସ୍ତ୍ରୀକୁ ଯାସ୍ତରେ ରଖିଚି!!

ଗାଁରେ ଜନ୍ମ ହୋଇଥିବା ଘରଣୀ ସହରରେ ପିଲାଛୁଆ ଜନ୍ମକଲା ପରଠୁ ଗାଁକଥା ଶୁଣିଲେ ଉଭା ହୁଅନ୍ତି । ଅତଏବ ସିଏ ଏବେ ଖାଂଟି ସହରୀ ମହିଳା । ଏ କଥାକୁ ନେଇ ଥିବା ସାମାନ୍ଯ ସନ୍ଦେହ ଛମାସ ହେବ ଘରଣୀଂକ ପାଇଁ ଫୋର୍ ଜି ମୋବାଇଲି ଫୋନ୍ ଆସିବା ପରେ ଦୂର ହୋଇ ଯାଇଛି । ଘରଣୀ ଆଉ ଶୋଉ ନାହାନ୍ତି! ଦିନ ଛାଡ ରାତିରେ ବି ନିଦ ନାଇଁ!!

ଫେସବୁକରେ ତାଂକର ଫ୍ରେଣ୍ଡସଂଖ୍ୟା ପାଂଚହଜାର ଛୁଇଁସାରିଲାଣି । ହ୍ବାଟସଆପରେ ଅଧିକ ନମ୍ବର ହେବା କାରଣରୁ ବହୁ ଘରଲୋକଂକ ନମ୍ବର ସିଏ ଡିଲିଟ୍ କରିସାରିଲେଣି । ଏତେସବୁ ଗୁରୁତ୍ବପୂର୍ଣ କମରେ ବ୍ୟସ୍ତରହିବା କାରଣରୁ ସିଏ ଝଡିଯାଇଛନ୍ତି । ସ୍ଲିମ୍ ଟ୍ରିମ୍ ଏବଂ ବିଉଟିଫୁଲ୍ ବୋଲି ତାଂକର ଫଟୋ ପୋଷ୍ଟରେ ବହୁ କମେଂଟ ମିଳିଛି ।

ଧୀରେ ଧୀରେ ଘରକୁ ଫ୍ରେଣ୍ଡମାନଂକର ଆଗମନ କାରଣରୁ ସିଏ ନୂଆନୂଆ ଆଇଟମ ସବୁ କରି ଚଖେଇଲେଣି । ବହୁ ବନ୍ଧୁମିଳନ ଓ କବିତା ଆସରରେ ସିଏ ଯୋଗ ଦେଇସାରିଲେଣି ।

ପତ୍ନୀଂକର ଏଇ ଇମ୍ପ୍ରୁଭମେଂଟରେ ତାରମଧ୍ୟ ବେଶ୍ ଲାଭ ହେଉଛି । ପ୍ରତିବର୍ଷ ସିଏ ସାବିତ୍ରୀ ପାଇଁ ଶାଢୀ, ଚୁଡି ଓ ଫଳମୂଳ ବାବଦରେ ବେଶ ଖର୍ଚ କରୁଥିଲା । ଏ ବର୍ଷ କିନ୍ତୁ ତାକୁ ସେଥିରୁ ମୁକ୍ତି । ପତ୍ନୀଂକର ନାନା ବନ୍ଧୁ; କିଏ ଶାଢୀ ଦେଇଚି ତ କିଏ ଆମ୍ବ, କିଏ ଷ୍ଟ୍ରବେରୀ ପ୍ଯାକେଟ ଦେଇଚି ତ କିଏ ବାଂଗଲ୍ ସେଟ୍ ଦେଇଛି ! ସିଏ ଖାଲି ସିନ୍ଦୁର ଡବାଟିଏ କିଣିଛି!!

ଆପଣ ଭାବୁଥିବେ ଭଲକଥା; ତାର ତାର ପଇସା ତ ବଂଚିଗଲା, ଖର୍ଚ ଶୂନ ! ନାଇଁ, ଖର୍ଚ ବଢିଯାଇଛି । କାରଣ ସିଏ ବି ଏକାଧୀକ ସୋସିଆଲ ମିଡିଆର ବାନ୍ଧବୀଂକ ଘରେ ସାବିତ୍ରୀ ଭାର ପହଁଚେଇଚି; ଯାହାଂକର ପତ୍ନୀମାନେ କେବଳ ସିନ୍ଦୁର ଡବାଟିଏ ଲେଖାଏଁ କିଣିଛନ୍ତି!



0 comments:

Post a Comment