💏
ଭାରତର ଲୋକେ: ଆମକୁ ଗାଆଁରେ
ମିଳୁନି ଭଲ ପିଇବା ପାଣି!
ଇଣ୍ଡିଆର ଲୋକ: ତା ହେଲେ ପିଉନ
ମିନେରାଲ ପାଣି ବୋତଲ ଆଣି!!
ଭାରତର ଲୋକ: ତୈଳଦର ବୃଦ୍ଧି
ସତରେ ଭାଆରି ବାଧୁଛି!
ଇଣ୍ଡିଆର ଲୋକ: ଜାଣି ପାରୁନ ଚୀନ୍ ଓ
ପାକିସ୍ଥାନକୁ ଆମ ସେନା କେତେ ନାଦୁଛି!!
ଭାରତର ଲୋକ: ଗ୍ୟାସଟାଙ୍କି ସରିଯିବାରୁ
ମୋ ସ୍ତ୍ରୀ ଘରଛାଡି ପଳେଇଛି!
ଇଣ୍ଡିଆର ଲୋକ: ତ ଗାର୍ଲଫ୍ରେଣ୍ଡକୁ ଧରି
ହୋଟେଲ ଯାଅ ଭଲ ସୁଯୋଗ ମିଳିଛି!!
ଭାରତର ଲୋକ: ରଖ ତମ ମାଗଣା ଟିକା
ଆମେ ନେବୁନାହିଁ!
ଇଣ୍ଡିଆର ଲୋକ: ତା ହେଲେ ଯାଉନ
ନବ ପ୍ରାଇଭେଟରେ ପେମେଂଟ ଦେଇ!
ଭାରତର ଲୋକ: ଅମ୍ଲଜାନ ଅଭାବରୁ
ବାପା ମାଆ ଭାଇ ଭାଉଜ ମଲେ!
ଇଣ୍ଡିଆର ଲୋକ: ଗାଆଁପିଛା ଅମ୍ଲଜାନ
ଫାକ୍ଟ୍ରି ଛିଡାହେବ କେତେବର୍ଷ ଗଲେ!!
ଭାରତର ଲୋକ: ତାଲାବନ୍ଦି କଷ୍ଟକର
ଦିଏ ଭାରି କଷ୍ଟ!
ଇଣ୍ଡିଆର ଲୋକ: ମଜାନିଅ ହୋ
ଅର୍ଡର କରି ପିଅ, ନେଟଫ୍ଲିକ୍ସ୍ ଦେଖ!
ଭାରତର ଲୋକ: ଦର ନାକୁଆଣି ଓ
ଘନଘନ ବିଜୁଳିକାଟ ବାଧୁଚି ସତରେ!
ଇଣ୍ଡିଆର ଲୋକ: ଇନ୍ଭର୍ଟର କିମ୍ବା
ଡିଜି ସେଟ୍ ନେଇ ଲଗାଇଦିଅ ଘରେ!!
ଭାରତର ଲୋକ: ପୁଅର ଚାକିରୀ ଚାଲିଗଲା
ସହରରୁ ଫେରି ବସିଛି ସେ ଘରେ!
ଇଣ୍ଡିଆର ଲୋକ: ବଢିଆ... ସୁଯୋଗ
ସୃଷ୍ଟି ହେଲା ଖାଇବାକୁ ଗୋଟେ ଟେବୁଲରେ!!
ଭାରତର ଲୋକ: ଝିଅ ସୋସିଅାଲ ମିଡିଆରୁ
ଧୋକ୍କା ଖାଇ ନିତି କାନ୍ଦୁଅଛି!
ଇଣ୍ଡିଆର ଲୋକ: ୟୁଟ୍ୟୁବ୍ ଚାନେଲ ଖୋଲି
କାନ୍ଦୁ ସିଏ ଭ୍ୟୁଅର ବଢିଲେ ରୋଜଗାର ଅଛି!!
ଭାରତର ଲୋକ: ବଡ କଠିନ ଜିଇଁବା
ଏଠି ଦୁଃଖ ଖାଲି ଦୁଃଖ!
ଇଣ୍ଡିଆର ଲୋକ: ଏଁ... ତା ହେଲେ କଣ
ପାକିସ୍ଥାନ ଗଲେ ପାଇବ ତମେ ସୁଖ?
-ଡଃ କୁଳାଙ୍ଗାର






0 comments:
Post a Comment