ଘରୋଇ #ମୁଚୁକୁନ୍ଦ 🙇👸
°°°°°°°°°°°°°°°°°
*ଅଭ୍ୟାସ*
🍽
ପତିପତ୍ନୀ ଯାଇଥିଲେ ହୋଟେଲକୁ ଖାଇ,
ଖାଇସାରି ପତି ଟେବୁଲରୁ ପ୍ଲେଟ୍ ଉଠେଇ
ମଜାମଜି କରି ତାକୁ ଦେଲେ ସେଠି ଥୋଇ!
ପତ୍ନୀଦେବୀ ଆଖିରେ କ୍ରୋଧତୀର ନାଛି,
କହିଲେ ଚାଲ ଆଜି ମୁଁ ତମ କଥା ବୁଝୁଚି
ଏଇଟା ହୋଟେଲ କଣ ଆମ ଘର ହୋଇଛି?
*ଅଭିଯୋଗ*
🙆
ମନ୍ଦିର ଫେରନ୍ତା ଘରଣୀକୁ ପଚାରିଲେ ପତି,
ଯୁବତୀଏ ଭଲବର ମାଗିବାକୁ ମନ୍ଦିର ଯାଆନ୍ତି
ମୁଁ ଥାଉଥାଉ ତମର କି ଲୋଡା ଯାଅ ନିତି!
ଘରଣୀ କହିଲେ ତୁମର ଯୁବତୀଠି ମତି,
ଯାଏ ମୁଁ ଠାକୁରଙ୍କୁ କରିବାକୁ ଅଭିଯୋଗ ନିତି
କି ଦୋଷରେ ଦେଲେମୋତେ ମଣିଷ ଏମିତି!!
*ପତିଦେବ*
💑
ପତି କହିଲେ ପ୍ରିୟେ ମୁଁ ତମକୁ ବହୁତ ପାଉଛି,
ପତ୍ନୀ କହିଲେ ମୁଁବି ତମକୁ ଭଲ ପାଉଛି
ସାବିତ୍ରୀ ପରି ଦେବତା ସହ ଲଢିବି କହୁଛି!
ପତି କହିଲେ କିନ୍ତୁ ଯାହା ମୁଁ ସହୁଛି,
ମୋ ସହିତ ଲଢିବାରେ ତମ ଦିନ ଯାଉଛି!
ପତ୍ନୀ କହିଲେ ତମେ ହିଁ ମୋ ଦେବତା ମୁଁ କହୁଛି!!
©ଡଃ କୁଳାଙ୍ଗାର
8895825863






0 comments:
Post a Comment