Monday, June 12, 2017

ଚାଇନା ରକ୍ଷିତା ରେ ପାକିସ୍ଥାନ!

ପାକିସ୍ଥାନ ତୁ ଏଡିକି ମୂଢ଼,
କହରେ ପାଗଳ ସୁଧୁରିବୁ ତୁ ପିଠିରେ ତୋ କେତେ ବସିଲେ ମାଡ?

ଚାରିବିଧା ଦେଲୁ ମୋଡିକି ବେକ,
ତଥାପି କହୁଚୁ ଦେଖିଆ ମାଇଲ ସତେ ତୁଟା କେଡେ ଅଲାଜୁକ??

ଏବେ ଚାଇନାର ରକ୍ଷିତା ତୁହି,
ସେଥିପାଇଁ ଛାଡିଦେଲା ଆମେରିକା ଦିନେଥିଲା ଯିଏ ଧରମ ଭାଇ!

ସୈନ୍ୟବାହିନୀ ତୋ ମାଇଚିଆ,
ପ୍ରଧାନମନ୍ତ୍ରୀଙ୍କୁ ନଶୁଣି ସନ୍ତ୍ରାସବାଦୀଙ୍କ କଥାରେ ହୁଅନ୍ତି ବଅସ-ଠିଆ!

ଧର୍ମ ନିରପେକ୍ଷ ପୁରୁଣା ମାଆଲ,
ସେ ନାଆଁରେ ଏଠି ଓକିଲାତି ଆଉ କରିପାରିବେନି ତମ ଦଲାଲ!

କରନ୍ତି ଯେତେ ତୋ ଓକିଲାତି,
ବର୍ଡରରେ ନେଇ ଝୁଲେଇଦେଲେ କରୁଥିବ ଯେତେ ପ୍ରିୟା-ପ୍ରୀତି!

ସହଜେ ତୋର କୁକୁର ପ୍ରକୃତି,
ବାଧ୍ୟହୋଇ ଦିନେ ଖତମ କରିବୁ ରଖିଅଛୁ କ୍ଷେପଣାସ୍ତ୍ର ସାଇତି!

ଜଳଜଳ ଦିଶେ ତୋହର କଣା,
ତୋତେ ନାଶିବାକୁ ଅନେକ ଉପାୟ ଭାରତୀୟଙ୍କୁ ଅଛିରେ ଜଣା!

ଆଧୁନିକ କବି ଏତେ ଆମର ଅଛନ୍ତି ଏଠି,
ସମବେତ ହୋଇ କବିତା ପଢିଲେ କାନମୁଣ୍ଡା ତୁମ ଯିବରେ ଫାଟି!

ଶୁଣିଦେଲେ ଆମ ନେତା ଭାଷଣ,
ଆତ୍ମହତ୍ୟା ତୁମେ କରି ପକେଇବ ନସହି ପାରିକି ଏହି କଷଣ!

ନିଜକୁ ଦେଖତୁ କେଡେ ଗରିବ,
ଆମ ଲୋକଙ୍କର ଦିନକ ଲାଞ୍ଚରେ ତୁମଦେଶ ପୂରା ପୋତା ହୋଇବ!

ଭାରତଟା ଏବ ସ୍ବଛ ହେଲାଣି,
ତଥାପି ଯେତିକି ବାହାରକୁ ଯାନ୍ତି ବସିଲେ ତୋ ବୁଡିବରେ ଭାଳେଣି!

ଭାରତରେ ଆଉ କୋହଳ ନାଇଁ,
ତମଘରେ ପଶି ସୈନିକ ଆମର ତ୍ରୀରଙ୍ଗାକୁ ଦିନେ ଦେବେ ଲଗେଇ!

-ଡ.କୁଳାଙ୍ଗାର

0 comments:

Post a Comment