Tuesday, April 20, 2021

କଞ୍ଚା କରୋନା କବିତା

 
















⛽ନିର୍ଦ୍ଦୟ କରୋନାର କରୁଣାରୁ,
ନିସ୍ତାର ମିଳଇ ଏବେ ଶନି ଏବଂ
ରବିବାର ପେଟ୍ରୋଲର ଭରଣାରୁ!
💀କରୋନା ସହିତ ଅନ୍ୟ ସାଂଘାତିକ
ରୋଗମାନଙ୍କର ଭୟାବହ ଯୁଦ୍ଧ ହେଉଛି;
ଜୟ ପରାଜୟ ରୋଗଙ୍କର ହେଲେ
ମଣିଷ ବିଚରା ମରି ଯାଉଛି!
😷ମାସ୍କ ମୁହଁରେ ଏତେ ଦିନ ଲାଖିରହି,
ବିନା ମାସ୍କରେ ମଣିଷ ଚିହ୍ନି ହୁଏନାଇଁ!
କ୍ରିମ୍ ପାଉଡର କମ୍ପାନିଙ୍କ ମନଦୁଃଖ,
ଅଧାଜାଗା ପାଇଁ କେତେ ବା କିଣନ୍ତେ ଲୋକ!
📰ଟୀକା ନିଅ ଟୀକା ଉତ୍ସବ ମନାଅ
ଟୀକା ନଷ୍ଟକର ନାଇଁ;
ଖବରକାଗଜ ଓ ଟିଭିରେ ସେ ଥାଏ
ଟୀକାଦାନ କେନ୍ଦ୍ରରେ ତା ଆର ଦେଖାନାଇଁ!
💉ଟୀକା ନେଲା ପରେ ବି ବାହାରେ ବୁଲିବାରୁ
ପୁଲିସି ଟେଙ୍ଗେଣୀ ଖାଇ କହୁଛି ଆମ ନାଦ;
ଦେଲ କାହିଁକି ଏମିତି ଟୀକା
ଯାହା ସାକ୍ଷାତେ ବିନା ନିଶାର ମଦ!!
🗳ନେତା ଓ କରୋନା ଉଭୟ
ମଣିଷ ଗହଳିକୁ ଭଲ ପାଆନ୍ତି;
ସେମାନଙ୍କ ଉତ୍ପାତ କାରଣରୁ
ମଣିଷ ଚିରକାଳ କ୍ଷତି ସହନ୍ତି!
✒ଡଃ କୁଳାଙ୍ଗାର


0 comments:

Post a Comment