Saturday, January 16, 2021

କବି ଓ କେଳେଙ୍କାରୀ II #ByangaKabita II Dr.Kulangar


















ଫ୍ୟାନ୍
====☢
କବି ପତ୍ନୀ କହିଲେ - ଆମ ୟାଙ୍କର
ଏତେ ଫ୍ୟାନ ଯେ ଗଣି ହେଉନି;
ପଡୋଶୀ ମହିଳା କହିଲେ ହଁ ଆମର ବି
ପାଞ୍ଚଟା ଅଛି ଯେ ଶୀତ ଯୋଗୁଁ ଚଲେଇ ହେଉନି!
କଞ୍ଜୁସ୍
******🛐
କବି କହିଲେ - ହେଇଟି ଶୁଣୁଛ
ଅଣ୍ଟାବିନ୍ଧାଟା ଆଜି ରାତିଯାକ ବୋଧେ ଘାଣ୍ଟିବ;
ତମେ ଟିକେ ଯିବଟି ସେ ପଣ୍ଡାବାବୁଠୁ
ଭୋଲିନ୍ ସ୍ପ୍ରେଟା ମାଗିକରି ଆଣିବ!
କବିପତ୍ନୀ କହିଲେ - ନାଇଁ ନାଇଁ
ସିଏ ମହା କଞ୍ଜୁସ୍ ଦେବେନାଇଁ;
କବି କହିଲେ - କାହିଁକି ଏତେ ଲୋଭ କରୁଛି
କେଜାଣି କଣ ସ୍ବର୍ଗକୁ ଯିବ ଟଙ୍କା ନେଇ?
ହଉ ଛାଡ ଆଉ ତ ଅନ୍ୟ ଉପାୟ ନାହିଁ
କମିଲା ଭଳି ଲାଗୁନି ବି ଅଣ୍ଟା;
ତମେ ଚାବି ନିଅ ଆଲମିରା ଖୋଲି
ଦିଅ ମାରିଦେବା ଆମ ଭୋଲିନ୍-ଟା!
ଅତିଥି ଚର୍ଚ୍ଚା
++++++🍹
କବିଙ୍କ ଘରକୁ ଅତିଥି ହସି ହସି ଆସିଲେ,
କିଛି ସମୟ ପରେ ବାନ୍ତି ଓତ୍କାର କରି ଖସିଲେ!
କବି ଘରଣୀକି ବରାଦ କଲେ
ଅତିଥିଙ୍କୁ ପିଆଅ ଲେମ୍ବୁପାଣି ଖୁଆଅ କିଛି;
ଘରେ ଲେମ୍ବୁ ନଥିବାରୁ କବିପତ୍ନି ଫେଣ୍ଟିଦେଲେ
ଡିଟରଜେଣ୍ଟ ଯହିଁରେ ଶହେ ଲେମ୍ବୁର ଶକ୍ତି ଅଛି!!
ଶ୍ରବଣ ଶକ୍ତି
<><><><🗣
କବି ଓ ଘରଣୀ ଦିହେଁ ଯିବାର ଥିଲା
ଗୋଟେ ବାହାଘର ଭୋଜି ଖାଇବା ପାଇଁ;
କବି ବସିଥିଲେ ଘର ବାହାରେ
ଗାଡି ଉପରେ ସଜବାଜ ହୋଇ!
ଘରଣୀଙ୍କ ବିଳମ୍ବ କାରଣରୁ କବି ପଚାରିଲେ
କଣ ଆଜି ରାତି ସୁଧା ରେଡ୍ଡି ହୋଇଯିବ?
ଭିତରୁ ପତ୍ନୀ ଗର୍ଜିଲେ - ତମକୁ କଣ ଶୁଭୁନି
ଘଣ୍ଟାଏ ହେଲା କହୁଚି ପରା ପାଞ୍ଚ ମିନିଟ୍ ଲାଗିବ!
ଜହ୍ନ ଓ ପ୍ରେମିକା
''''''''''''''''''""""""""""""🌝
ଯେହେତୁ ସେ କବି,
ବିବାହ ପରେ ବି ପ୍ରେମ କରିବା ହବି !
ପ୍ରେମିକାକୁ କହିଲେ - ପ୍ରିୟେ
ଚାଲ ଯିବା ଜହ୍ନ ରାଇଜକୁ;
ପ୍ରେମିକା ମୁଣ୍ଡ ହଲେଇ ତତ୍କାଳ
ନାସ୍ତି କରିଦେଲା ତାଙ୍କ ପ୍ରସ୍ତାବକୁ!
କବି ପଚାରିଲେ - କଣ ପାଇଁ?
ପ୍ରେମିକା କହିଲା - ସେଠି ଇଂଟରନେଟ୍
ଫେସବୁକ୍ ହ୍ବାଟ୍ସଆପ ନାହିଁ!!
ମଞ୍ଜକଥା
#####😎
ଉପରୋକ୍ତ ହାସ୍ୟ କବିତା ପଢି ଯଦି ଆପଣଙ୍କ
ମନ ବିରକ୍ତରେ ହେଉଛି କୁଁ କୁଁ;
ତେବେ ସେ କବି ସାହିତ୍ୟ ଏକାଡେମୀ ପୁରସ୍କୃତ
ଯଦି ପସନ୍ଦ ଲାଗିଲା ତେବେ ସେଇଟା ମୁଁ!!
©ଡଃ କୁଳାଙ୍ଗାର
📵8895825863


 

0 comments:

Post a Comment