Saturday, January 2, 2021

ବିଦ୍ୟାଳୟ ଖୋଲିବ

📚🙄

କୋଭିଡ ୧୯ ବା କରୋନାର କରୁଣାରୁ
ଦୀର୍ଘଦିନର ଗୃହବାସ ପରେ,
ବିଦ୍ୟାଳୟ ଖୋଲିବାର ଖବରକୁ ପଢି
ଏବେ ଅନେକ ସନ୍ଦେହୀ ନିଜର ଦୃଷ୍ଟିଶକ୍ତି ଉପରେ!

ପିଲାମାନେ ବିଦ୍ୟାଳୟ ଆସିବା ବାଧ୍ୟତାମୂଳକ ନୁହେଁ
କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆସିଵାକୁ ପଡିବ;
ସତେ ଯେମିତି କରୋନା କେବଳ ପିଲାଙ୍କୁ ଧରି
ସମ୍ମାନ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାଡିବ!!

ଏବେ କିଛି ଟେଲର ଓ କପଡା ବ୍ୟବସାୟୀ ତ
ଅବଶ୍ୟ ଲାଭବାନ ହେବେ;
କରୋନା କରୁଣାରୁ ଉପକୃତ ଅଣ୍ଟା ନିକଟରେ ଯେବେ
ୟୁନିଫର୍ମ ପୋଷାକ ମାନେ ଆତ୍ମ ସମର୍ପଣ କରିବେ!

ଅବଶ୍ୟ ଶନି ରବିବାର ଓଗେର ଯଦି
ସତରେ ନିୟମିତ କ୍ଲାସ୍ ଚାଲିବ;
ଆପେ ଆପେ ବ୍ରଏଲର ବଡିଗୁଡା
ଦିନ କେତେଟାରେ ଦେଶୀ ପାଲଟିବ!!

ସୁସ୍ବାଦୁ ଖାଦ୍ୟ ରନ୍ଧନ ଶିଖି ପୂର୍ବାପେକ୍ଷା
ଅଧିକ ପରିମାଣରେ ଖାଇଛନ୍ତି ଯେହୁ;
ମନେମନେ କହୁଛନ୍ତି ରବିବାର ଦିନ ବିଦ୍ୟାଳୟରେ
ଚିକେନ/ମଟନ ଝୋଳର ବ୍ୟବସ୍ଥା ହେଉ!

ଘରେ ରହିରହି ଯେଉଁ ଛାତ୍ରଛାତ୍ରୀ ଓ ଶିକ୍ଷକେ
ଦିନବେଳ ଶୟନକୁ ନୀତି କରିଛନ୍ତି;
ଦେଖାଯାଉ ସେମାନେ ପାଠ ଘୋଷୁଛନ୍ତି
ନା ଆପୋଷ ମିଳାମିଶାରେ ଘୁଙ୍ଗୁଡି ମାରୁଛନ୍ତି!

ଆଗରୁ ପିଲାଏ କମ୍ପ୍ଲେନ୍ କରୁଥିଲେ ମିସ୍
ୟେ ମୋ କପି ସିଏ ମୋ ବୁକ୍ ନେଲାଣି;
ଏବେ କହିବେ ମିସ୍ ମିସ୍ ଦେଖ
ଇଏ ମୋ ମାସ୍କ୍ ସିଏ ମୋ ସାନିଟାଇଜର୍ ନେଲାଣି!

ଶିକ୍ଷକେ ଜଗିବେ ନାହିଁ ଆଉ କାହାର ଚୁଟି ନଖ ବୃଦ୍ଧି
କିଏ ଗଲା କିଏ ଆସିଲାଣି;
ବରଂ ତଦାରଖ କରିବେ ସିଏ କାହାର
ଗଙ୍ଗା ଯମୁନା ବହିଲାଣି ଆଉ କିଏ କାସିଲାଣି!

ଅଭିଭାବକମାନେ ଚିନ୍ତା କରନ୍ତୁ ନାହିଁ
ଅଳ୍ପଦିନର ପଢାରେ ବି ପିଲାଏ ଭଲ ମାର୍କ ରଖିବେ;
କାରଣ ପରୀକ୍ଷାର ଉତ୍ତର ଖାତା ବି ତ
କୋର୍ସ ଖତମ୍ କରିଥିବା ସେଇ ଶିକ୍ଷକମାନେ ଦେଖିବେ!!

©ଡଃ କୁଳାଙ୍ଗାର
8895825863 

 

0 comments:

Post a Comment