ବଜାରକୁ ଗଲେ ପରିବାମାନେ ଏବେ
ବଜାରୀ ପରିକା ବଲବଲ କରି ଚାହୁଁଛନ୍ତି;
ସତେ ଯେମତି ସେ ସେଇଠାରେ ମୋତେ
ରେପ୍ କରିବାକୁ ଚାହୁଁଛନ୍ତି!
ଆଳୁ କହେ ମୁଁ ନୁହେଁ ବିପିଏଲ
ପିଆଜ କହେ ମୁଁ ଭିଆଇପି;
ସଜନା ଛୁଇଁ କହେ ମୋର ଦର ଶୁଣିବା
ଆଗରୁ ମାପିନିଅ ଥରେ ନିଜ ବିପି!!
ବିନ୍ସ୍ ସୁନ୍ଦରୀ ଧରା ଦିଏ ନାହିଁ
ଟମାଟୋ ଗର୍ବରେ ନାଲିଆ;
କିଛି ନ କିଣିମୁଁ ଅଧାକିଲୋ କେତେ
ପାଏକର ଦର ପଚାରି ପଚାରି ହାଲିଆ ।
କହୁଛନ୍ତି ନୂଆ ନିୟମ ବଳରେ
ମେଲା ଏବେ ନିୟନ୍ତ୍ରଣ;
ଯେତେ ହାଙ୍କିଲେ ବି ବେପାରୀଙ୍କୁ କିଛି
କହିବେନି ମାମୁଁଗଣ!
ଏ ନିୟମ ବଳେ ଚାଷୀମାନେ କାଳେ
ହେବେ ବେଶି ଲାଭବାନ;
ଆଳୁ ଓ ପିଆଜ କହ କେ ଓଡିଆ
ବିକି ପାଉଅଛି ଧନ?
ଚାଷୀର ତଣ୍ଟିକୁ କମ୍ପାନୀ ଧରିବ
ଆଦାୟ କରିବ ମାଣିଆ;
ଅଭ୍ୟାସ କର ଆଜିଠାରୁ ସର୍ବେ
ହେବାପାଇଁ ଆଇଁଷଣିଆ!!
ସେ ଦିନ ଆସିବ ଆୟକୁ ନିଅଣ୍ଟ
ହେବ କିଣିବାକୁ ପରିବା;
ଦେଶପ୍ରେମ ବଡ ବୋଲି ଘୋସି ଆମେ
ଘରେ ପଡିପଡି ମରିବା!
ଷୋଳଣା ଦି ପଇସାରେ ଭାଇ
ମାରିଦେଲେ ପଛପଟୁ;
ଦେଇଛନ୍ତି ଯାହା ନେଇଯିବେ ତାହା
ଛାଡିବେନି ମୁଣ୍ଡାଝାଟୁ!
©ଡଃ କୁଳାଙ୍ଗାର






0 comments:
Post a Comment